ମହାନଦୀରେ ବନ୍ୟା ଜଳ କ୍ରମାଗତ ଭାବେ ବଢିବାରେ ଲାଗିଛି । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ମହାନଦୀକୁ ଛାଡିଦେଲେ ବାକି ସବୁ ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । କେବଳ ମହାନଦୀର ଜଳସ୍ତରରେ ଲଗାତାର ବୃଦ୍ଧି ପରିଲକ୍ଷିତ ହେଉଛି ।

​ବର୍ତ୍ତମାନ ମହାନଦୀରେ ପ୍ରାୟ ୮ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଓ ନଦୀ କୂଳବର୍ତ୍ତୀ ଜିଲ୍ଲା ଯଥା ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି । ଅନ୍ୟପଟେ ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାରେ ସର୍ବାଧିକ ଘାଇ ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏବେ ପାଗ ପ୍ରାୟତଃ ଶୁଖିଲା ଅଛି, କାଲି ବି ୨/୩ ଜିଲ୍ଲାରେ ଅଳ୍ପ ବର୍ଷା ହେବ । ତେଣୁ ଆସନ୍ତା ୨୪ ଘଣ୍ଟାରେ ସ୍ଥିତିରେ ଅନେକ ସୁଧାର ଆସିବ । ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ । କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ । ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ।

 

Leave a Reply

Your email address will not be published. Required fields are marked *