ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ଦିନକୁ ଦିନ ଏହାକୁ ନେଇ ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି । ଏହା ମଧ୍ୟରେ ୱାକଫ ଘଟଣାବଳୀକୁ ରହସ୍ୟମୟ କହିଛନ୍ତି ଅମର ଶତପଥୀ । ସେ କହିଛନ୍ତି ମୁଁ ବିଜେଡି ଭିତରେ ନାହିଁ , ତାଙ୍କ ଦଳ ବାବଦରେ କହିବି ନାହିଁ । ମାତ୍ର ୱାକଫ ଭୋଟିଂକୁ ନେଇ ସବୁ ରହସ୍ୟମୟ । ସଂସଦୀୟ ବ୍ୟବସ୍ଥାରେ ବିରୋଧ , ସମର୍ଥନ ରହିଛି । ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି । ସେ ଆଉ ମଧ୍ୟ କହିଛନ୍ତି ଏହା ଏବେ ଜାତୀୟ ପ୍ରସଙ୍ଗ ପାଲଟିଛି । ସମସ୍ତେ ମତ ରଖିପାରିବେ । ଭ୍ରମିତ ପାଇଁ ଉଦ୍ୟମ ହେଉଛି । ତେଣୁ ଏଥିରୁ ପର୍ଦ୍ଦା ଉଠିବା ଉଚିତ । ପ୍ରସଙ୍ଗ ଏଡାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି । ନବୀନ ବାବୁଙ୍କ ମୁହଁରେ ଏହା ଶୋଭାପାଏ ନାହିଁ । ନିଲମ୍ବନ , ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିଲେ । ପ୍ରେସ ରିଲିଜରୁ ଜଣା ପଡୁଛି ଯେ ପ୍ରଭାତ ତ୍ରିପାଠୀ ନିଲମ୍ବନ ଥିଲା ଓ ପ୍ରତ୍ୟାହୃତ ହୋଇଥିଲା । ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନଥିଲେ । ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ ଥିଲେ । ଯାହାକୁ ସେ ପ୍ରମାଣିତ କରିଛନ୍ତି । Post navigation ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ଗଠନ କରିବେ ନୂଆ ଦଳ: ପ୍ରଦୀପ ପୁରୋହିତ ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ