ରାଜ୍ୟରେ ୯ ଟଙ୍କାରେ ପହଞ୍ଚିଛି ଅଣ୍ଡାର ଦର । ଅଣ୍ଡା ଦାମ୍ ବୃଦ୍ଧି ପାଇବା ପଛର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି ବଜାରରେ ଅଣ୍ଡା ଦର ବୃଦ୍ଧି ପାଇବା ପଛରେ ବିଭିନ୍ନ କାରଣ ରହିଛି। ଅଣ୍ଡା ରପ୍ତାନୀ ବୃଦ୍ଧି ଅଣ୍ଡା ଦର ବଢିବାର ମୁଖ୍ୟ କାରଣ  ।

ବ୍ୟବସାୟୀମାନେ ପ୍ରାୟ ୭ ଟଙ୍କା ୧ ପଇସା ଦରରେ ଅଣ୍ଡା ପଠାଉଥିବା ବେଳେ ଖୁଚୁରା ବଜାରରେ ଏହା ପାଖାପାଖି ୯ ଟଙ୍କାରେ ବିକ୍ରି ହେଉଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱସ୍ତରରେ ଅଣ୍ଡାର ଚାହିଦା ବୃଦ୍ଧି ପାଇବା ସହ ଭାରତରୁ ରପ୍ତାନିର ପରିମାଣ ଯଥେଷ୍ଟ ବଢ଼ିଛି। ଏହା ସହିତ ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କୁକୁଡ଼ାମାନଙ୍କ ମୃତ୍ୟୁ ହାର ବୃଦ୍ଧି ପାଇଥିଲା, ଯାହା ଫଳରେ ଉତ୍ପାଦନ ହ୍ରାସ ପାଇଛି ଏବଂ ଦର ବଢ଼ିଛି।

ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୧ କୋଟି ଟଙ୍କାର ସବସିଡିକୁ ଆଗାମୀ ଦିନରେ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ, ଯାହା ଦ୍ୱାରା ଚାଷୀମାନେ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହିତ ହେବେ। ରାଜ୍ୟରେ ପ୍ରତିଦିନ ପ୍ରାୟ ୨ କୋଟି ଅଣ୍ଡା ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବଜାରରେ ଉତ୍ପାଦନ ବୃଦ୍ଧି ପାଇଲେ ହିଁ ଅଣ୍ଡା ଦର ସ୍ୱାଭାବିକ ସ୍ତରକୁ ଫେରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *