ବିଜୁ ବାବୁଙ୍କ ସମୟରୁ ଦିଲ୍ଲୀପ ରାୟ ସକ୍ରିୟ ରାଜନୀତିର ମୁଖ୍ୟ ପୁରୋଧା ରହିଆସିଛନ୍ତି। ଏପରିକି ତାଙ୍କୁ ବିଜୁ ବାବୁଙ୍କ ମାନସ ସନ୍ତାନ ମଧ୍ୟ କୁହାଯାଏ। ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଜନ୍ମିତ ପୁତ୍ର ଥିଲେ ମଧ୍ୟ ଶେଷ ସମୟରେ ବିଜୁ ବାବୁ ଦିଲ୍ଲୀପ ରାୟଙ୍କ ବାସଭବନରେ ରହିଥିଲେ। ଶ୍ରୀ ରାୟ ମଧ୍ୟ ପୁଅ ଭଳି ତାଙ୍କର ସେବା କରିଛନ୍ତି।

କେବଳ କର୍ତ୍ତବ୍ୟ ନୁହେଁ, ରାଜନୀତିରେ ମଧ୍ୟ ସେ ସକ୍ରିୟ। ସେଥିପାଇଁ ନବୀନ ବାବୁ ତାଙ୍କୁ ହରେଇବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ସେ ସଫଳ ହୋଇ ପାରିନଥିଲେ। ସେ ବିଜେପି ସରକାର ଗଠନ ପାଇଁ ମଧ୍ୟ ଅନେକ ଚେଷ୍ଟା ଜାରି କରିଥିଲେ।

ସେଥିପାଇଁ ଦୀର୍ଘ ବର୍ଷର ବ୍ୟବଧାନ ପରେ ୨୦୨୪ରେ ରାଜନୀତିରେ ତାଙ୍କ ସକ୍ରିୟତା ଦେଖିବାକୁ ମିଳିଥିଲା। କିଛି ଲୋକ ତାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦେଖିବା ଆରମ୍ଭ କରିଦେଇଥିଲେ। ହେଲେ କିଛି କୁଚକ୍ରୀ ଲୋକଙ୍କ ହୀନମନ୍ୟତା ଓ ଚକ୍ରାନ୍ତ ଯୋଗୁଁ ସେ ନିର୍ବାଚନ ହାରିଗଲେ। ହେଲେ ରାଜନୀତିରେ ତାଙ୍କ ଅବଦାନ ଗୌଣ ନୁହେଁ।

ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ନେଇ ଦିଲ୍ଲୀରୁ ଆସିଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ସମୀକ୍ଷା ବୈଠକ କରିଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ରାଜନାଥ ସିଂହଙ୍କ ସହ ଦିଲ୍ଲୀପ ରାୟ ଓଡ଼ିଶା ରାଜନୀତି ବିଷୟରେ କଥା ହୋଇଥିବା ଜଣାପଡ଼ିଛି । ଆଗାମୀ ଦିନରେ ଓଡ଼ିଶାର ରାଜନୈତିକ ପାଣିପାଗ କଣ ରହିବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *