ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ୧୫ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶ ଓ ନଦୀନାଳ ପାଣିର ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଘର ଚାରିପାଖ ପରିଷ୍କାର ରଖିବାକୁ ଲୋକଙ୍କୁ ପରାମର୍ଶ ।

ଅନ୍ୟପଟେ ଡାକ୍ତରୀ ଦଳ ଘର ଘର ବୁଲି ଚିକିତ୍ସା କରିବା ସହ ହାଲୋଜେନ ବଟିକା ଦେବା ସହ ସଚେତନ କରୁଛନ୍ତି । ସବୁ ଆବର୍ଜନା ସ୍ଥାନରେ ବ୍ଲିଚିଂ ପାଉଡ଼ର ପକାଯାଇଛି । ନଳକୂପ ଓ ନାଳଜଳର ନମୂନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଛି । ଝାଡାବାନ୍ତିକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *