ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେମିତି ପ୍ରଚାର କରୁଛନ୍ତି ତାହା ଓଡ଼ିଶାବାସୀ ଦେଖୁଛନ୍ତି ।ଓଡ଼ିଶାରେ ନିର୍ବାଚନ ନାଚଗୀତ, ମେଲୋଡି ଜରିଆରେ ପ୍ରଚାର କରୁଛନ୍ତି । ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି କିନ୍ତୁ ତାଙ୍କ ଗୁମାସ୍ତାଙ୍କ ପାଖରେ ରିମୋଟ ଅଛି ।

୨୪ ବର୍ଷ ଓଡ଼ିଶାରେ ବିଜେଡି ସରକାର ଅଛି, କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଲେ ମଧ୍ୟ କାହିଁକି ଓଡ଼ିଶାର ଗାଁ ଗଣ୍ଡାରେ ପିଇବା ପାଣିର ସୁବିଧା ନାହିଁ । ମହାନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କାହିଁକି ଜଳସେଚନ ସୁବିଧା ନାହିଁ । ଓଡ଼ିଶାର ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି । ସ୍କୁଲରେ କାହିଁକି ଶିକ୍ଷକ ନାହାନ୍ତି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ କାହିଁକି? ଦାଦନ କାହିଁକି ସ୍ଥାୟୀ ବ୍ୟବସ୍ଥା ପାଲଟିଛି? ତାହାର ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଦିବା ସ୍ୱପ୍ନର କଥା କହୁଛନ୍ତି । ତାହା ହେଲେ ୨୪ ବର୍ଷ ହେଲା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ସ୍ୱପ୍ନ ଦେଖାଉଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହାର ଉତ୍ତର ଯଦି ଜନସଭାରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ଦେଇଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା । କିନ୍ତୁ ବିମାନ ଭିତରୁ ଦିବା ସ୍ୱପ୍ନ କଥା କହିବା ଶୋଭାଦେଲାନି । ଶାସକ ଦଳ ସରକାରୀ ଟଙ୍କାରେ ନିଜ କର୍ମୀଙ୍କୁ ବିଦେଶ ନେବାକୁ ଯୋଜନା କରିଥିଲା । ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ଆସିବା ପରେ ଏହା ବନ୍ଦ କରାଗଲା । ବିଜେଡି ଏହାକୁ ନେଇ ଅପପ୍ରଚାର କଲା ଯେ, ବିଜେପି ମିଶନ ଶକ୍ତିକୁ ବନ୍ଦ କରିବାକୁ ଚାହୁଁଛି । ୨୫ ଲକ୍ଷ ଏସଏଚଜି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ।

ସମ୍ବଲପୁରରେ କାହିଁକି ବିଗତ ୧୦ ବର୍ଷ ହେବ ପୌରପାଳିକା ନିର୍ବାଚନ ହୋଇନାହିଁ? ଦୁର୍ନୀତି କରିବାକୁ ବିଜେଡି ଏମିତି କରୁଛି ।

ବିଜେପି ସରକାର ହେଲେ ଜୁନରେ ଚାଷୀଙ୍କୁ ୩ଟି ଫାଇଦା ମିଳିବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଆସିବ । ଟୋକନ, କଟନି, ଛଟନି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ । ଛତିଶଗଡ ମଡେଲକୁ ଓଡ଼ିଶାରେ ଲାଗୁ କରିବୁ । ଧାନରେ ପ୍ରଥମଥର ଷ୍ଟେଟ ବୋନସ ଦିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *