ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ ହୋଇଛି। ଶ୍ରୀମତୀ ପାଢ଼ୀଙ୍କ ନାମରେ ହ୍ବାଟ୍ସଆପରେ ନକଲି ଆକାଉଣ୍ଟ ଖୋଲି ତାଙ୍କ ଫଟୋ ଡିପି ରଖି ଜଣାଶୁଣା ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଶ୍ରୀମତୀ ପାଢ଼ୀ ଟ୍ୱିଟର ଜରିଆରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ସାଇବର ଠକ ତାଙ୍କ ନିକଟ ସମ୍ପର୍କୀୟ ଏବଂ ଚିହ୍ନାଜଣା ଲୋକଙ୍କୁ ହ୍ବାଟ୍ସଆପରେ ବାର୍ତ୍ତା ପଠାଇ ୫୦ ହଜାର ଟଙ୍କା ମାଗୁଛନ୍ତି। ଏହାର ସ୍କ୍ରିନସଟକୁ ଶ୍ରୀମତୀ ପାଢ଼ୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିବା ସହିତ ଏଭଳି ଠକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। Post navigation ରାମଚନ୍ଦ୍ର କାଡ଼ାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା ଆକ୍ରୋଶମୂଳକ ରାଜନୀତିରୁ କ୍ଷାନ୍ତ ରୁହନ୍ତୁ ବିଜେପି ସରକାର: ବିଜେଡି