ଓଡ଼ିଶା ସରକାରୀ ପ୍ରେସ୍‌ରେ ଅସଦାଚରଣ ଶିକାର ହୋଇଛନ୍ତି ତିନି ଜଣ ଯୁବତୀ । ମଧୁପାଟଣାସ୍ଥିତ ଓଡ଼ିଶା ସରକାରୀ ପ୍ରେସ୍‌ର ଆଟାଚ୍‌ ବାଇଣ୍ଡିଂ ସେକ୍ସନରେ ପ୍ରଶିକ୍ଷଣ ନେଉଥିବା ତିନି ଜଣ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଥିବାର ଦେଖା ଯାଇଛି । ଏଭଳି ଅଭିଯୋଗର ତଦନ୍ତ ଆଭ୍ୟନ୍ତରୀଣ କମିଟି ଦ୍ବାରା ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି।

୧୯୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ଜଡ଼ିତ ଏହି ସରକାରୀ ପ୍ରେସ୍‌ରେ ତିନିଜଣ ଯୁବତୀଙ୍କୁ ସହିତ ହେଇଥିବା ଏଭଳି ଏକ ସମ୍ବେଦନଶୀଳ ଆଉ ସଂଗିନ ଘଟଣାକୁ ନେଇ ସରକାରୀ ପ୍ରେସ୍‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଅନ୍ୟପଟେ ସରକାରୀ ପ୍ରେସ୍‌ର ନିର୍ଦ୍ଦେଶକ ଅରୁଣ ରଏଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ବିଶାଖା କମିଟି ତତ୍ତ୍ବାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତାଙ୍କୁ ପୁଲିସରେ ଲିଖିତ ଅଭିଯୋଗ କରିବାକୁ କହିଛନ୍ତି ।

ସୂଚନା ମୁତାବକ, ମଧୁପାଟଣାସ୍ଥିତ ଓଡ଼ିଶା ସରକାରୀ ପ୍ରେସ୍‌ର ଆଟାଚ୍‌ ବାଇଣ୍ଡିଂ ସେକ୍ସନରେ ପ୍ରଶିକ୍ଷଣ ନେଉଥିବା ତିନି ଜଣ ଯୁବତୀଙ୍କୁ ପ୍ରେସ୍‌ ମଧ୍ୟରେ କାର୍ଯ୍ୟ କରୁଥିବା ସମୟରେ ଜୁନିୟର ରିଡର ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତି ପ୍ରତିବାଦ ପରେ ମଧ୍ୟ ସେମାନଙ୍କୁ ବାରମ୍ବାର ଅସଦାଚରଣ କରିଚାଲିଥିଲେ । ଶେଷରେ ସଂପୃକ୍ତ ଯୁବତୀମାନେ ଏହି ବିଷୟରେ ପ୍ରେସ୍‌ର ବୈଷୟିକ ନିର୍ଦ୍ଦେଶକ ହେମନ୍ତ କୁମାର ମିଶ୍ରଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଏହି ଘଟଣା ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ପରେ ଏହି ଘଟଣା ସରକାରୀ ପ୍ରେସ୍‌ର ନିର୍ଦ୍ଦେଶକ ଅରୁଣ ରଏଙ୍କ ନଜରକୁ ଆସିବା ପରେ ସେ ବିଶାଖା କମିଟି ତତ୍ତ୍ବାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତାଙ୍କୁ ପୁଲିସରେ ଲିଖିତ ଅଭିଯୋଗ କରିବାକୁ ପରାଶର୍ମ ଦେଇଥିଲେ।

Leave a Reply

Your email address will not be published. Required fields are marked *