ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ପୋଲିସ୍ କମିଶନର କହିଛନ୍ତି ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ପୋଲିସ ସହ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହେବେ ।

ସେହିପରି ଟ୍ୱିନସିଟିରେ ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି ।  ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ଏହାସହ ପୋଲିସ୍ କମିଶନର କହିଛନ୍ତି ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ । ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଦୁର୍ଗାପୂଜା ସମୟରେ ଉତ୍ସବ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ପରିଚାଳନା କରିବା ପାଇଁ ଏକ ସ୍ମାର୍ଟ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଥିବା ବେଳେ ପୋଲିସ ଡ୍ରୋନ୍ ବ୍ୟବହାର କରି ଆକାଶ ମାର୍ଗରେ କଡ଼ା ନଜର ରଖିଛି।

ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଶୀଘ୍ର ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ସମସ୍ତ ପୂଜା ମଣ୍ଡପଗୁଡ଼ିକ ୨୪ ଘଣ୍ଟା ସିସିଟିଭି ନଜରରେ ରହିଛି।

ଉତ୍ସବ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ, ଦାୟିତ୍ୱର ସହିତ ପାଳନ ଏବଂ ପୋଲିସକୁ ସହାୟତା କରିବାକୁ ଟ୍ୱିନ୍ ସିଟି ପୋଲିସ କମିଶନର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *