ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସେଥିପାଇଁ ଆଜିଠୁ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ତେବେ ମୋବାଇଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି। ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି।

ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଛି । ପୌରାଞ୍ଚଳରେ ଆଜି ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି।

Leave a Reply

Your email address will not be published. Required fields are marked *