ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିବାକୁ ଟଙ୍କା ନେଇ ସିଏସସି କର୍ମଚାରୀ ଗିରଫ। ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ପ୍ରତି ଫର୍ମ ପାଇଁ ଶହେ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ବଲାଙ୍ଗୀର ଜିଲ୍ଲାପାଳ ତଥା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସେବା କେନ୍ଦ୍ରର ପରିଚାଳକ ଆକାଶ ସାହୁଙ୍କୁ ଶନିବାର ପୁଲିସ ଗିରଫ କରିଛି।

ସୂଚନା ମୁତାବକ; ସୁଭଦ୍ରା ଫର୍ମ ଓ ଆବେଦନ ସଂପୂର୍ଣ୍ଣ ମାଗଣା ହୋଇଥିଲା ବେଳେ ହିତାଧିକାରୀଙ୍କ ଠାରୁ ସେ ଜଣ ପିଛା ଶହେରୁ ଦେଢଶହ ଟଙ୍କା ଅଧିକ ଆଦାୟ କରୁଥିଲେ । କିଛି ଆବେଦନକାରୀ ଏନେଇ ଅଭିଯୋଗ କରିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓଙ୍କୁ ଘଟଣାର ତଦନ୍ତ ସହ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସମ୍ପୃକ୍ତ ସିଏସସି ସେଣ୍ଟର ମାଲିକ ଆକାଶ ସାହୁ ବେଆଇନ ଭାବରେ ହିତାଧିକାରୀମାନଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ନେଇ ଟିଟିଲାଗଡ଼ ବିଡ଼ିଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଆଶିଷ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।

ଏହି ଫର୍ମ ପୂରଣ ପାଇଁ ଲୋକଙ୍କଠୁ କୌଣସି ପ୍ରକାର ଟଙ୍କା ନିଆଯିବନି ବୋଲି କୁହାଯାଇଥିଲା। ଏନେଇ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି, ତଥାପି ଏନେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ତାଙ୍କୁ ବାନ୍ଧିଛି ପୋଲିସ୍।

 

Leave a Reply

Your email address will not be published. Required fields are marked *