ମିଳିତ ପୁଲିସ୍ ସେବା ପରୀକ୍ଷା (CPSE)-୨୦୨୪କୁ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ । ଏନେଇ ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUESSS) ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ପ୍ରାପ୍ତ ହୋଇଥିବା ଆବେଦନ ପତ୍ର ଗୁଡ଼ିକୁ ବିଚାରକୁ ନେଇ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରାଯାଉଛି । CPSE-୨୦୨୪ ପରୀକ୍ଷାକୁ ଅପେକ୍ଷା କରିଥିବା ହଜାର ହଜାର ଆଶାୟୀଙ୍କ ମଧ୍ୟରେ ଆୟୋଗର ଏହି ବିଜ୍ଞପ୍ତି ଆଶା ସଞ୍ଚାର କରିଛି । ପରୀକ୍ଷାର ପରବର୍ତ୍ତୀ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ସ୍ପଷ୍ଟ ସୂଚନା ଜାରି କରାଯିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । Post navigation Naveen Targets Govt Over SI Recruitment: ପେପର୍ ଲିକ୍ ଆଶାୟୀଙ୍କ ଭବିଷ୍ୟତକୁ ନେଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍