ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା ପରେ ଏବେ କଟକରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ ପାଉଥିବା ବେଳେ ଓଡ଼ିଶାକୁ ଫେରିଛି କରୋନା । ଏଯାବତ ୫ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଆକ୍ରାନ୍ତଙ୍କୁ ମିଶାଇ ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଟେଷ୍ଟ ରିପୋର୍ଟ ଆସିବା ପରେ ପଜିଟିଭ୍ ଥିବା ଜଣାପଡ଼ିଛି। ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ପିଡିତ ଥିଲେ । ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସୂଚନା ମିଳିଛି । ଏବେ ଆକ୍ରାନ୍ତ ଜଣଙ୍କ ଏବେ ହୋମ୍ କ୍ବାରେଣ୍ଟିନରେ ଥିବା ଜଣାପଡିଛି । Post navigation ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍ ବଲାଙ୍ଗିରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ନିଜ ଆଡୁ ଡିଜିପିଙ୍କୁ ନୋଟିସ୍ କଲେ NHRC