ଭୁବନେଶ୍ବର: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଛନ୍ତି। ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ ନବୀନ ନିବାସ ଅଭିମୁଖେ ଯାଉଥିଲେ। ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜଭବନ ନିକଟରେ ଅଟକାଇଥିଲା ପୁଲିସ। ଫଳରେ ଉଭୟ ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *