ଭୁବନେଶ୍ବର : ନୂଆ ପ୍ରଭାରୀ ଆସିବା ପର ଠାରୁ ଆକ୍ସନମୋଡରେ ରାଜ୍ୟ କଂଗ୍ରେସ । ଦଳକୁ ଜଣ ଜଣ କରି ଫେରୁଛନ୍ତି ନେତା । ତେବେ ବିଗତ ଦିନରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ୩ ବରିଷ୍ଠ ନେତା ମହମ୍ମଦ ମୋକିମ ଓ ଚିରଞ୍ଜିବୀ ବିଶ୍ବାଳ, ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ହଟିଲା। ଗତକାଲି ଭୁବନେଶ୍ବରରେ ଷ୍ଟେଟ ଗେଷ୍ଟ ହାଉସ ରେ ଦୁଇ ନିଲମ୍ବିତ ନେତା ଚିରଞ୍ଜୀବ ଓ ମୋକିମଙ୍କ ସହ ପ୍ରଭାରୀ ଅଜୟ କୁମାରଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।

ତେବେ ନିଲମ୍ବନ ଉଠିବା ନେଇ ସିଧାସଳଖ ନ କହିଥିଲେ ମଧ୍ୟ ଦେଶ ତଥା ରାଜ୍ୟ କୁ ଦୁର୍ନୀତିଗ୍ରସ୍ତ ଦଳ କବଳରୁ ମୁକ୍ତ କରିବାକୁ ଚାହୁଁଥିବା କର୍ମୀ ଙ୍କୁ ଦଳ ରେ ସାମିଲ କରାଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ । ଏହା ସହ ସିଧାସଳଖ ଉଭୟ ବିଜେପି ଓ ବିଜେଡି ବିରୋଧ ରେ ସେ ବର୍ଷିଛନ୍ତି ।

ସେହିପରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ସେ ଓ ଚିରଞ୍ଜୀବୀ ବିଶ୍ବାଳ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଯାଇଥିଲେ । ରାଜ୍ୟ ରେ ଦଳୀୟ ସ୍ଥିତି, ନିର୍ବାଚନ ପୂର୍ବରୁ ସଂଗଠନ ,କାର୍ଯ୍ୟକର୍ତା ନେଇ ମଧ୍ୟ ଆଲୋଚନା ହୋଇଛି ବୋଲି ସୂଚନା ଦେଇଛନ୍ତି ବିଧାୟକ ମହମ୍ମଦ ମୋକିମ । ଆଗରୁ ମଧ୍ୟ ଦଳରେ ଥିଲେ, ଏବେ ମଧ୍ୟ ଦଳ ସହିତ ଅଛନ୍ତି ବୋଲି କହିଛନ୍ତି ମୋକିମ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *