ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସୂଚନା ଦେଲେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି ଖୁବଶୀଘ୍ର ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ହେବ । କିଏ ଓ କାହିଁକି କାଳିମାଡ଼ କଲା ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହା ଇଙ୍ଗିତରେ ଏପରି ଘଟଣା ଘଟିଛି ତଦନ୍ତ ହେବ।

ସୂଚନା ମୁତାବକ, ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଥିଲା । କଂଗ୍ରେସ ଭବନରେ ବସିଥିବା ସମୟରେ ମାସ୍କ ପିନ୍ଧିଥିବା କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇ କାଳି ମାଡ଼ କରିଥିଲେ। ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ କାଳି ମାଡ଼ ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ। କାଳି ମାଡ଼ ଘଟଣାରେ କଂ‌ଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।

Leave a Reply

Your email address will not be published. Required fields are marked *