ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି ପରେ ଏବେ ଅଜୟ କୁମାର ଲଲ୍ଲୁଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ପିସିସି ସଭାପତି ଚୟନ ପରେ କଂଗ୍ରେସ ତତ୍ପର ହୋଇଛି । କୋରାପୁଟ୍ ସାଂସଦ ସପ୍ତଗିରି ଉଲାକାଙ୍କୁ ୪ ରାଜ୍ୟ – ମଣିପୁର, ତ୍ରିପୁରା, ସିକ୍କିମ୍, ନାଗାଲାଣ୍ଡର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି । ସୂଚନା ଅନୁଯାୟୀ ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ । ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି କଠନ କରାଯାଇଛି । କମିଟିରେ ମୋକିମ, ରମେଶ ଜେନା, ରାଜନ ଏକ୍କା ପ୍ରମୁଖ ସଦସ୍ୟ ସାମିଲ ହେବେ । Post navigation ଓଡ଼ିଆ ଅସ୍ମିତାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ସାହୁ ଓ ସୂର୍ଯ୍ୟବଂଶୀ ମହିମା ପୀଠର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ