ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର ୨୨ ଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ସୋମବାର ନିର୍ଦ୍ଦେଶ ଦିଆଯାଇଥିଲା।

ସେମାନଙ୍କ ମଧ୍ୟରେ ଥିଲେ ଜଣେ ଡେପୁଟି ସେକ୍ରେଟାରିଙ୍କ ସମେତ ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଏଏସଓ। ଏହି ସମସ୍ତ ଅଫିସରଙ୍କୁ ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବଦଳି କରାଯାଇଥିଲା।

କିନ୍ତୁ ଏହି ବଦଳି ଉପରେ ଏବେ ରୋକ ଲାଗିଛି। ଗୃହ ବିଭାଗ ଏହି ବଦଳି ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଛି। ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *