ଆଜି ଲୋକସଭା ଭବନରେ ବସିଛି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି।

ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ରୂପରେଖକୁ ଅନୁମୋଦନ କରାଯିବ। ଏହାପରେ ମୋହନ ସରକାରଙ୍କର ଏହା ତୃତୀୟ କ୍ୟାବିନେଟ୍ ବୈଠକ ବସିବ । ସେଥିରେ କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ବଜେଟ ଅଧିବେଶନ ପୂର୍ବରୁ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *