ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ସିଏମ୍‌ଓରୁ ଚିଠି । ସିଏମ୍‌ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିବା ସୂଚନା । ଅଭିଯୋଗ ପତ୍ର ଗୁଡ଼ିକର ତ୍ବରିତ ସମାଧାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଦୀର୍ଘ ଦିନଧରି ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଥିବାରୁ ଜନଶୁଣାଣିରେ ସମାନ ଅଭିଯୋଗ ବାରମ୍ବାର ଆସୁଛି । ଯେଉଁ ଅଧିକାରୀ ଅବହେଳା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ କରାଯାଇଛି ।

ସିଏମ୍‌ଓ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଜନ ଶୁଣାଣି ହେଉଛି ଓଡିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଅନ୍ୟତମ, ଯାହା ନାଗରିକ ମାନଙ୍କୁ ଯେକୌଣସି ସ୍ଥାନରୁ ଏବଂ ଯେକୌଣସି ସମୟରେ ରାଜ୍ୟର ଉଚ୍ଚପଦସ୍ଥ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ ଏକ ମଞ୍ଚ ପ୍ରଦାନ କରିଥାଏ । ପ୍ରାପ୍ତ ଅଭିଯୋଗ ଗୁଡିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ । ନେବାରେ ବିଳମ୍ବିତ ହେଉଛି, ଏତଦ୍ ଦ୍ବାରା ଅଭିଯୋଗକାରୀ ମାନେ ସମାନ ଅଭିଯୋଗ କୁ ନେଇ ବାରମ୍ବାର । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି ।

ତେଣୁ, ଅଭିଯୋଗ ଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଅନୁରୋଧ ତଥା ଯେଉଁ ଅଧିକାରୀମାନେ ଜାଣିଶୁଣି ଅଭିଯୋଗ ଗୁଡିକର ସମାଧାନରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଓଡିଶା ବେସାମରିକ ସେବା (ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଆବେଦନ) ନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *