ପବିତ୍ର ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ନେତାଜୀଙ୍କ ଜୀବନକାଳକୁ ମନେପକାଇବା ପାଇଁ ଆୟୋଜିତ ସଭାରେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶ ପ୍ରତି ନେତାଜୀଙ୍କ ଅବଦାନ ଅବିସ୍ମରଣୀୟ । ଦେଶାତ୍ମବୋଧର ବହ୍ନି ଜଳାଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପରେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ସଂଗ୍ରାମୀ ଲଢ଼ିଥିଲେ ସେତେବେଳେ ଇଂରେଜ ସରକାରକୁ ଦମନ କରିପାରିଥିଲେ ଅନେକ ସଂଗ୍ରାମୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ। Post navigation ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ; ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ଅପରାଧ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍ କରିଛି କମିଶନରେଟ୍ ପୋଲିସ