ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ବନ୍ୟପ୍ରାଣୀ ଚାଲାଣ ଘଟଣାର ପୂଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଓଡ଼ିଶାକୁ କୌଣସି ବି ପରିସ୍ଥିତିରେ ଚୋରା ବନ୍ୟପ୍ରାଣୀ ଚାଲାଣର ‘ଟ୍ରାଞ୍ଜିଟ୍ ପଥ’ ହେବାକୁ ଦିଆଯିବ ନାହିଁ। କେଉଁ ପରିସ୍ଥିତିରେ ଏବଂ କିପରି ଏହି ଓରାଙ୍ଗଉଟାନ ଓଡ଼ିଶାରେ ପହଞ୍ଚିଲା, ସେ ନେଇ ସବିଶେଷ ତଦନ୍ତ କରିବାକୁ ପରାମର୍ଶ ଦିଆଯାଇଛି। ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କେଉଁ ଉଦ୍ଦେଶ୍ୟରେ ଏବଂ କେଉଁଠାରୁ ଏହି ଓରାଙ୍ଗଉଟାନକୁ ଅଣାଯାଇଥିଲା, ତାହା ସ୍ପଷ୍ଟ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ଚେର ଖୋଜିବା ପାଇଁ ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ‘ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ’ (WCCB) ସହ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *