କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକସ୍ତରୀୟ ଷ୍ଟାଡିୟମ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉତ୍ତେଜନା ପ୍ରକାଶ ପାଇଛି। ରାଜନଗର ବଡ଼ପଡ଼ା ପଞ୍ଚାୟତରେ ଆୟୋଜିତ ଏହି ଶିଳାନ୍ୟାସ ଉତ୍ସବ ବେଳେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କୁ ବିଜେପି କର୍ମୀମାନେ ପ୍ରବଳ ବିରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସ୍ଥାନୀୟ ସାଂସଦଙ୍କ ଅନୁପସ୍ଥିତିରେ ବିଜେଡି ବିଧାୟକ ଏହି ସରକାରୀ ପ୍ରକଳ୍ପର ଶିଳାନ୍ୟାସ କରି ବାହାବା ନେବାକୁ ମସୁଧା କରୁଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ସାଂସଦଙ୍କ ଅନୁପସ୍ଥିତିରେ ଏଭଳି ସରକାରୀ ପ୍ରକଳ୍ପର ଶିଳାନ୍ୟାସ କରାଯାଉଥିବାରୁ ବିଜେପି କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ନାରାବାଜି ସହ ବିରୋଧ ପ୍ରଦର୍ଶନ କରିଥିଲେ।

ଘଟଣାସ୍ଥଳରେ ପରିସ୍ଥିତି ଅନିୟନ୍ତ୍ରିତ ହେବାକୁ ବସିବାରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *