ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏନେଇ ପୁରୀ ବଡ଼ଦାଣ୍ଡରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସ୍ନାନବେଦୀରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଭାବବିହ୍ୱଳ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି। ସେ ସ୍ନାନମଣ୍ଡପରେ ପହଣ୍ଡି ବିଜେ ଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ରହିଥିଲେ। ଏହାପରେ ସେ କହିଛନ୍ତି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତିଙ୍କୁ ଦେଖିବାର ସୌଭାଗ୍ୟ ପ୍ରଥମ ଥର ପାଇଲି। ମହାପ୍ରଭୁଙ୍କୁ ବିଶ୍ବ ମଙ୍ଗଳ ପାଇଁ କାମନା କଲି। ଏଥିସହ ରାଜ୍ୟବାସୀ ଯେପରି ସୁଖ ଶାନ୍ତିରେ ରହିବେ ତାହା କାମନା କଲି। ଏହି କାର୍ଯ୍ୟ ବହୁ ସୁରଖଉରରେ ହେଉଛି। ଆଗାମୀ ଦିନରେ ବି ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ ହେବ ।

Leave a Reply

Your email address will not be published. Required fields are marked *