ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ ୨ ସ୍ଥିତ ନୂତନ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ପଞ୍ଜିକରଣ କରିଛନ୍ତି ଏକ ହଜାରରୁ ଅଧିକ ଲୋକ । ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ ୬ ମନ୍ତ୍ରୀ । ଭୁବନେଶ୍ୱରଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା, ବୟସ୍କଙ୍କ ସହ ଦିବ୍ୟାଙ୍ଗମାନେ ନିଜ ନିଜ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପରେ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ନୂତନ ଅଭିଯୋଗ ପ୍ରକୋଷ୍ଠରେ ଏକସଙ୍ଗେ ଏକ ହଜାର ଲୋକ ଏକତ୍ରିତ ହେବା ଭଳି ବ୍ୟବସ୍ଥା କରାଯାଇଛି । ଅଭିଯୋଗକାରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା ହୋଇଛି ।

ସକାଳ ୮ଟାରୁ ଜନଶୁଣାଣି ଆରମ୍ଭ ହୋଇଥିବା ବେଳେ ଜନ ଅଭିଯୋଗ ଶୁଣାଣିରେ ୮୫ ପ୍ରତିଶତ ସମାଧାନ ହୋଇଥିବା କଥା କହିଥିଲେ ମୁଖ୍ୟମନ୍ତ୍ରୀ ଓ କେତେକ ଗୁରୁତର ରୋଗୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *