ଆମେରିକା ଉତ୍ପାଦ ଉପରେ ୮୪ ପ୍ରତିଶତ ଟାରିଫ ଲଗାଇଲା ଚୀନ । ଆମେରିକାରୁ ଆମଦାନୀ ହେବାକୁ ଥିବା ସମସ୍ତ ସାମଗ୍ରୀ ଉପରେ ୮୪ ପ୍ରତିଶତ ଟାରିଫ୍ ଲଗାଇଛି ଚୀନ । ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲିଠଶରୁ ବର୍ଦ୍ଧିତ ଟାରିଫ ଲାଗୁ ନେଇ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବୁଧବାର ଚୀନ ଆମେରିକା ଉପରେ ପାଲଟା ୮୪ ପ୍ରତିଶତ ଟାରିଫ୍ ଲଗାଇଛି। ପୂର୍ବରୁ ଚାଇନା ଜିନପିଙ୍ଗ ପ୍ରଶାସନ ଆମେରିକା ଉପରେ ୩୪ ପ୍ରତିଶତ ଟାରିଫ ଲାଗୁ କରିଥିଲେ । କିନ୍ତୁ ଗତକାଲି ଆମେରିକା ଚୀନ୍ ଉପରେ ୧୦୪ ପ୍ରତିଶତ ଟାରିଫ୍ ଘୋଷଣା କରିବା ପରେ ଚୀନ ପକ୍ଷରୁ ଟାରିଫ୍ ବଢ଼ାଯାଇଥିବା ଆଲୋଚନା ହେଉଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତି ଉପରେ ପଡ଼ିବ ବୋଲି ସନ୍ଦେହ କରାଯାଉଛି। ଚୀନ୍ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ଅତିରିକ୍ତ ଶୁଳ୍କ ୧୦ ଏପ୍ରିଲରୁ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେବ। ପୂର୍ବରୁ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ବିଷୟରେ କଥା ହୋଇଥିଲା, କିନ୍ତୁ ଏବେ ଏହାକୁ ୮୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। Post navigation ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି ଦୁର୍ଘଟଣାଗ୍ରସ୍ତ କାର୍ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ଓ ସୁନା; ଦୁଇ ଗିରଫ