କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମାଆ କୋଳରୁ ଚୋରି ହୋଇଥିବା ଦେଢ଼ ବର୍ଷର ଶିଶୁକୁ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଅପହରଣର ପ୍ରାୟ ୫୦ ଘଣ୍ଟା ପରେ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରି ପୋଲିସକୁ ଏହି ସଫଳତା ମିଳିଛି ।

ଦେଢ ବର୍ଷର ଶିଶୁ କେଶବକୁ ଉଦ୍ଧାର କରାଯିବା ପରେ ପୋଲିସ ଶିଶୁ ପୁତ୍ରର ଫଟୋ ମାଆଙ୍କୁ ଦେଖାଇଥିଲେ, କିନ୍ତୁ ମାଆ ଦୃଷ୍ଟିହୀନ ହୋଇଥିବାରୁ ଅନ୍ୟମାନଙ୍କୁ ଫଟୋ ଦେଖାଯାଇଥିଲା । ସେମାନେ ପିଲାଟିକୁ ଚିହ୍ନଟ କରିଥିଲେ । ସେପଟେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଶିଶୁକୁ ବାଲେଶ୍ୱରରୁ ଭୁବନେଶ୍ୱରରେ ନେଇକି ଆସିଛି । ତାର ସ୍ୱାସ୍ଥ୍ୟ ପରୀକ୍ଷ କରାଯାଉଛି ।

ଅନ୍ୟପଟେ ପୁଅ ମିଳିବା ଖବର ପାଇବା ପରେ ମାଆ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ସମସ୍ତ ଶ୍ରେୟ ପୋଲିସ ଟିମକୁ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ କୃପା ଏବଂ ପୋଲିସର ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ମାଆ ଜୟନ୍ତ । ପୋଲିସକୁ ଧନ୍ୟବାଦ ଦେଲା ମା’ ।

ସୂଚନା ଯୋଗ୍ୟ;   ଦୀର୍ଘ ୫ ବର୍ଷ ଧରି ରାମମନ୍ଦିର ସମ୍ମୁଖ ଫୁଟପାଥରେ ଭିକ୍ଷାବୃତ୍ତି କରି ଆସୁଥିବା ଦୃଷ୍ଟି ବାଧିତ ମାଆ କୋଳରୁ ଦେଢ଼ ବର୍ଷର ଶିଶୁକୁ ଚାରି କରାଯାଇଥିଲା ।

ଶନିବାର ରାତିରେ ଫୁଟପାଥରେ ଶୋଇଥିବ ବେଳେ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚିଥିଲେ । ଶିଶୁ ପୁଅ ସହ ଖେଳାଖେଳି କରିଥିଲେ । ୨ଟି ୧୦ ଟଙ୍କିଆ ଜୁସ ଆଣି ଦେବା ସହ ତା ସହ ମୋବାଇଲରେ ଖେଳିଥିଲେ । ଏହି ସମୟ ମଧ୍ୟରେ ମାଆର ଆଖି ଲାଗି ଯାଇଥିଲା । ଏହାର ସୁଯୋଗ ଦେଖି ଲୋକଟି ପିଲାଟିକୁ ଚୋରି କରିଦେଇଥିଲା । ଏହାପରେ ସେ ପିଲାଟିକୁ ପାଇନଥିବାରୁ କେହି ଅଙ୍ଗତସ୍କରୀ ତାଙ୍କ ପୁଅକୁ ଚୋରି କରିନେଇଯାଇଥିବା ସେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *