ନିଟ୍ ୟୁଜି ପୁନଃପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାପାଳଙ୍କ ସହ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିଟ୍ ୟୁଜି ପୁନଃପରୀକ୍ଷାକୁ ନେଇ ଆଲୋଚନା ହୋଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସହିତ ନିଟ୍ ପରୀକ୍ଷା ପ୍ରସ୍ତୁତି ନେଇ ମୁଖ୍ୟ ଶାସଵ ସଚିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ନିଟ୍ ପରୀକ୍ଷାକୁ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ୍, ଗ୍ଲକୋଜ୍ ଏବଂ ଔଷଧ ସହିତ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀଙ୍କ ଗମନାଗମନ ଉପରେ ମଧ୍ୟରେ ଧ୍ୟାନ ଦିଆଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ନିଟ୍ ପରୀକ୍ଷାର୍ଥୀ ମାଗଣାରେ ବସରେ ଯାତ୍ରା କରିବେ । ତତସହିତ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପଡ଼ୁଥିବାରୁ ସକାଳ ୮ଟା ସୁଦ୍ଧା ଯୋଗ ଦିବସ ପାଳନ ଶେଷ କରିବାକୁ କୁହାଯାଇଛି । Post navigation Rairangpur Gangrape: ରାଇରଙ୍ଗପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା; ପୀଡ଼ିତାଙ୍କୁ ଭେଟିଲେ ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ