ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରମେନ ଡେକାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ।

ଏହି ସାକ୍ଷାତକାର ସମୟରେ ଉଭୟ ନେତା ଆନ୍ତଃରାଜ୍ୟ ସହଯୋଗ, ଆଞ୍ଚଳିକ ବିକାଶ ଏବଂ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ଥିବା ସାଧାରଣ ସମସ୍ୟା ଓ କାର୍ଯ୍ୟଗୁଡ଼ିକର ସହଜ ସମନ୍ୱୟ ପାଇଁ ଏହି ବୈଠକ ଅତ୍ୟନ୍ତ ଫଳପ୍ରଦ ହୋଇଥିବା ସରକାରୀ ଆଧିକାରିକ ସୂତ୍ରରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *