ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ପୂର୍ବରୁ ଓଡ଼ିଶା ରାଜ୍ୟ ସରକାର ଏହି ଇସ୍ତଫା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ ପରେ ଏବେ ତାଙ୍କର ଇସ୍ତଫାପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଗୃହୀତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୧୩ ବ୍ୟାଚ୍ର ଏହି IPS ଅଧିକାରୀଙ୍କ ଇସ୍ତଫା ସେପ୍ଟେମ୍ବର ୧୧ରୁ କାର୍ଯ୍ୟକାରୀ ହୋଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ୩୭ ବର୍ଷୀୟ ଜଗମୋହନ ମୀନା ଚାକିରିରୁ ଅବସର ନେବା ପାଇଁ ପୂର୍ବରୁ ଆବେଦନ କରିଥିଲେ। ଏହି ଇସ୍ତଫା ସ୍ବୀକୃତ ହେବା ପରେ ଓଡ଼ିଶା ପୋଲିସ ପ୍ରଶାସନରେ ଏକ ବଡ଼ ଧରଣର ଅଦଳବଦଳ ସମ୍ଭାବନା ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱର ପାଇଁ ନୂଆ ଡିସିପି ନିଯୁକ୍ତ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। Post navigation Odisha DGP Appointment Case: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୨୨କୁ ଘୁଞ୍ଚିଲା ସୁପ୍ରିମକୋର୍ଟ ଶୁଣାଣି