ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଚାଲିବ ହାଇକୋର୍ଟ ରେ କେସ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବିଧାୟକ ଟଙ୍କଧର ଯେଉଁ ଆବେଦନ କରିଥିଲେ ତାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଟଙ୍କଧରଙ୍କ ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆପରାଧିକ ମାମଲା ସମ୍ପର୍କିତ ସତ୍ୟତା ଲୁଚାଇଥିବା ନେଇ ଦୀପାଳି ଅଭିଯୋଗ କରିଥିଲେ । ତାଙ୍କ ସତ୍ୟପାଠ ଷ୍ଟାମ୍ପ ପେପରରେ ତିଆରି ହୋଇ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି । ଆସନ୍ତା ଏପ୍ରିଲ ୨୪ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । Post navigation ଆୟୁଷ୍ମାନ ଭାରତ ଯୋଜନା ସହ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଓଡିଶା କ୍ୟାବିନେଟର ମଞ୍ଜୁରୀ ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ଗାର୍ଡ ଅଫ ଅନର