ଓଡ଼ିଶାରେ କାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା।

୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରତିଦ୍ୱନ୍ଦିତା କରିଥିଲେ ୨୪୩ ପ୍ରାର୍ଥୀ । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ୪ ସଂସଦୀୟ କ୍ଷେତ୍ରରେ ମୋଟ ୭୩.୯୭ ପ୍ରତିଶତ ମତଦାନ ହୋଇଛି । ମେ ୧୩ ରେ ଓଡିଶାର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରିବାକୁ ଯାଇଥିବା ୪ ଟି ଲୋକସଭା ଆସନ ଏବଂ ୨୮ ଟି ବିଧାନସଭା ଆସନ ମଧ୍ୟରୁ ୧୮ ଟି ଆସନ ଜିତିବ ବୋଲି ବିଜେପି ଦାବି କରିଛି। ବିଜେପି ଓଡିଶା ନିର୍ବାଚନ ଦାୟିତ୍ୱରେ ଥିବା ବିଜୟପାଲ ସିଂ ତୋମାର କହିଛନ୍ତି ଯେ ବିଜେପି ନିଶ୍ଚିତ ଭାବରେ ଓଡିଶାରେ ସରକାର ଗଠନ କରିବ ଏବଂ ୨୧ ଟି ଲୋକସଭା ଆସନରୁ ୧୬ ରୁ ଅଧିକ ଜିତିବ।

By SonaliP

Leave a Reply

Your email address will not be published. Required fields are marked *