ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଦଳର ଜାତୀୟ ମୁଖ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀମାନଙ୍କର ପ୍ରଥମ ବୈଠକ ଆୟୋଜନ କରିବାକୁ ଯାଉଛି।

​ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିଯୁକ୍ତ ହୋଇଥିବା ପ୍ରଭାରୀ ଓ ସହ-ପ୍ରଭାରୀମାନେ ଯୋଗଦେବେ।

ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ରଣନୀତି, ତୃଣମୂଳ ସ୍ତରରେ ଦଳର ସ୍ଥିତି ସୁଦୃଢ଼ କରିବା ଏବଂ ସାଂଗଠନିକ କାର୍ଯ୍ୟପନ୍ଥାକୁ ଆଗକୁ ନେବା ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *