ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟ୍ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନେ ଗୁରୁବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ସୁଜ୍ଞାନୀଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି।