ରାଜ୍ୟରେ କ୍ଷମତାକୁ ଆସିବା ପରେ ୫ଟି ବନ୍ଦ କରିଛନ୍ତି ବିଜେପି ସରକାର। ସମସ୍ତ ରୂପାନ୍ତରିତ ହାଇସ୍କୁଲରୁ ଚାର୍ଟର ବୋର୍ଡ଼ ହଟାଇବାବୁ ଦିଆଯାଇଛି ନିର୍ଦେଶ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅନୁସାରେ ଓସେପା ଦ୍ୱାରା ଏକ ଅଧିସୂଚନା ଜାରି ହୋଇଛି । ୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ଏହି ୫-ଟିର ଗୋଟିଏ ଗୋଟିଏ ଟି ହେଉଛି ୧. ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା, ୨. ଟୋକ୍ନୋଲୋଜି ବା ପ୍ରଯୁକ୍ତି, ୩. ଟିମୱାର୍କ ବା ଦଳବଦ୍ଧତା, ୪. ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ଏବଂ ୫. ଟାଇମ ଲିମିଟ ବା ସମୟବଦ୍ଧତା। ପଞ୍ଚମ ଦଫା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର କିଛି ଦିନ ଭିତରେ ୨୦୧୯ ଜୁଲାଇ ମାସରେ ପ୍ରଥମ ତିନିଟି ଟି ସହିତ ଆଉ ଦୁଇଟି ଟି ଯୋଡ଼ି ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।। ସରକାର କହିଥିଲେ, ଏହି ଅଭିଯାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବିଭାଗଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା। Post navigation ଅତିଥି ଭବନକୁ ଅଧିକାରୀଙ୍କୁ ଡାକରା ଦେଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୃତ ସୋସିଆଲ ମିଡିଆ ଆକାଉଣ୍ଟ କଣ