ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଦୁଇ ବର୍ଷ ଧରି ମହତାବଙ୍କ ଜୟନ୍ତୀ ବନ୍ଦ କରିଥିଲା ବିଜେଡ଼ି। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ଅନ୍ୟ ବରପୁତ୍ରଙ୍କୁ ଗୌଣ କରିଥିଲା ବିଜେଡ଼ି । ଏହା କୁତ୍ସିତ ମାନସିକତା, ଆମେ ସେହି ଚିତ୍ରରୁ ବାହାରୁଛୁ। ଲମ୍ବା ସମୟ ଧରି କେବଳ ବିଜୁ ବାବୁଙ୍କ ନାଁରେ କହୁଥିଲେ କିନ୍ତୁ ବିଜେପିର ରାସ୍ତା ଓଡ଼ିଶାର ସଂସ୍କୃତି, ଓଡ଼ିଶାର ଅସ୍ମିତା ଦିଗରେ । ଅନ୍ୟପଟେ ଆଇନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି ବିଜୁ ବାବୁଙ୍କ ସହ ଅନ୍ୟ ବରପୁତ୍ରଙ୍କୁ ବି ସମ୍ମାନ ଦେଇଛି ବିଜେଡି। ବିଭିନ୍ନ ଯୋଜନା କରି ସେମାନଙ୍କୁ ସମ୍ମାନ ଦିଆଯାଇଛି। ବିଭିନ୍ନ ଯୋଜନା କରି ସେମାନଙ୍କୁ ସମ୍ମାନ ଦିଆଯାଇଛି । ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ବନ୍ଦ ହୋଇନଥିଲା । ସମସ୍ତଙ୍କୁ ଆମେ ସମ୍ମାନ ଦେଉଥିଲୁ Post navigation ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ ଅଡ଼ୁଆରେ ବବି ଦାସଙ୍କ ଭାଇ; ଭବ ଦାସଙ୍କ ନାଁରେ ଥାନାରେ ମାମଲା ରୁଜୁ