ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଦ୍ରକର ସିମୁଳିଆଠାରେ ଏକ ଜନସଭାକୁ ଆଜି ସମ୍ବୋଧିତ କରିଛନ୍ତି। ରାହୁଲ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେପି ଏବଂ ବିଜେଡି ମଧ୍ୟରେ ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି। ଦୁଇ ଦଳର ଚିନ୍ତାଧାରା ସମାନ ଥିବା ସେ କହିଛନ୍ତି। ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି।

ବାଲେଶ୍ୱର ଜିଲାର ସିମୁଳିଆଠାରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାହୁଲ କହିଛନ୍ତି, ଭାଜପା ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି। ଦୁନିଆର ଏପରି କୌଣସି ଶକ୍ତି ନାହିଁ, ଯାହା ସମ୍ବିଧାନକୁ ଶେଷ କରିଦେବ। ଭାଜପାର ଏତେ ଅହଂକାର ଯେ, ଜଗନ୍ନାଥଙ୍କୁ ଅପମାନ କରିଛି। ଏହାକୁ କେବେ ଭଗବାନ ବରଦାସ୍ତ କରିବେ ନାହିଁ। ରାହୁଲ ଆହୁରି ମଧ୍ୟ କହିଛନ୍ତି, ବିଜେଡି-ଭାଜପା ମିଶିକି ଅଛନ୍ତି। ସେମାନଙ୍କର ଚିନ୍ତାଧାରା ବି ଗୋଟିଏ। ରାହୁଲଙ୍କ ଏହି କଥା କେତେଦୂର ସତ ତାହା ରାଜନୈତିକ ମହଲରେ ତର୍ଜମା ଚାଲିଛି।

ପୃଥିବୀର କୌଣସି ଶକ୍ତି ଭାରତୀୟ ସମ୍ବିଧାନକୁ ନଷ୍ଟ କରି ପାରିବ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନାକୁ ରଦ୍ଦ କରିବ। ଏହା ସହିତ ରାଜ୍ୟର ୩୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

ଜୁନ୍ ୪ରେ ଆମେ କ୍ଷମତାକୁ ଆସିଲେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରିବୁ। ଜୁନ୍ ୫ରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୮,୫୦୦ଟଙ୍କା ପଠାଯିବ ବୋଲି ସେ କହିଛନ୍ତି। ଏହା ସହିତ ଚାଷୀଙ୍କ ଋଣ ଛାଡ କରାଯିବ। ମୁଁ ବିଜେପି ବିରୋଧରେ ଲଢୁଛି ବୋଲି ମୋ ବିରୋଧରେ ୨୪ ମାମଲାର ଜାରି ରହିଥିବା ସେ କହିଛନ୍ତି।

ଇଣ୍ଡିଆ ମେଣ୍ଟ ସରକାର ଗଣମାଧ୍ୟମର କଥା ଶୁଣିବନି ବରଂ ଚାଷୀ, ଗରିବ, ଯୁବକ, ଆଦିବାସୀ ଓ ପଛୁଆ ବର୍ଗଙ୍କ କଥା ଶୁଣିବ । ୯୫ ପ୍ରସିଶତ ଲୋକଙ୍କ ସରକାର ହେବ ଇଣ୍ଡିଆ ମେଣ୍ଟ ସରକାର । ମୋଦୀଙ୍କ ଭଳି ୧ ପ୍ରତିଶତ ଲୋକଙ୍କ ପାଇଁ ସରକାର କରିବୁନି ।

ଅଦାନୀ ଓ ଅମ୍ବାନୀଙ୍କୁ ସାଧାରଣ ଲୋକଙ୍କ ଟଙ୍କା ଦେଇଛନ୍ତି ମୋଦୀ । ସେମାନେ ବିଦେଶରେ ବ୍ୟବସାୟ କରୁଛନ୍ତି, ବଙ୍ଗଳା କିଣୁଛନ୍ତି । କିନ୍ତୁ ଏହି ଟଙ୍କା ଓଡ଼ିଶାର ମହିଳାଙ୍କୁ ଆମେ ଦେବୁ । ମହିଳା ମାନେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିବେ । ଓଡ଼ିଶାର ଚାଷୀ ଓ ଶ୍ରମିକଙ୍କୁ ମଧ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବୁ । ଚାଷୀଙ୍କର ଋଣ ଛାଡ କରିବୁ । ଚାଷୀଙ୍କ ପାଇଁ ଋଣ ଛାଡ ଉଦ୍ୟୋଗ କରିବୁ । ଯେତେବେଳେ ଚାଷୀଙ୍କୁ ଋଣ ଛାଡର ଆବଶ୍ୟକତା ପଡିବ ସେତେବେଳେ ଏହି ଉଦ୍ୟୋଗର ନିର୍ଦ୍ଦେଶରେ ଭାରତ ସରକାର ଚାଷୀଙ୍କ ଋଣ ଛାଡ କରିବ । ଯୁବକଙ୍କୁ ଅଗ୍ନିବୀର ଯୋଜନା ବହୁତ କଷ୍ଟ ଦେଇଛି । ଇଣ୍ଡିଆ ମେଣ୍ଟ ସରକାର ହେଲେ ଶ୍ରମିକଙ୍କୁ ମନେରଗାରେ ଦୈନିକ ପାରିଶ୍ରମିକ ୪୦୦ ଟଙ୍କା ମିଳିବ । ଯୁବକଙ୍କୁ ପେହେଲି ନୌକରି ପକ୍କି ଯୋଜନାରେ ନିଯୁକ୍ତି ମିଳିବ ଏବଂ ଆକାଉଣ୍ଟରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।

Leave a Reply

Your email address will not be published. Required fields are marked *