ଭରତପୁର ଥାନା ବିବାଦକୁ ନେଇ ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ୫ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏବେ ହରତାଳ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସୂଚନା ଦେଇଛି। ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ହରତାଳ ପ୍ରତ୍ୟାହୃତ ହୋଇଥିବା ସୂଚନା ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦିଆଯିବାରୁ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏ ସମ୍ପର୍କରେ ଦେବୀ ମିଶ୍ର ଓ ଅରୁଣ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *