ସୋମବାର ବିଜେଡିର ରାଜ୍ୟ ସଭା ସଦସ୍ୟମାନଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି। ଆଗାମୀ ଦିନରେ ସଂସଦରେ ରାଜ୍ୟସଭା ଅଧିବେଶନ ହେବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ।

ଏହାପରେ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟର ପ୍ରତିଟି ପ୍ରସଙ୍ଗକୁ ଶାଣିତ ଭାବେ ସଂସଦରେ ଉଠାଯିବ। ଓଡ଼ିଶା ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଗୃହରେ ଉଠାଇବୁ । ଓଡ଼ିଶାର ସ୍ୱାର୍ଥ ଅଣଦେଖା କଲେ ସ୍ୱର ଉତ୍ତୋଳନ କରିବୁ ।

ଏହି ବୈଠକରେ ଶସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଜୀତ କୁମାର ଏବଂ ମମତା ମହନ୍ତ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *