ମେଘନାଦ ପାଚେରୀରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି । ଗୋଟେ ଦଳ ଅନ୍ୟ ଦଳ ଉପରେ ମେଘନାଦ ପାଚେରୀରେ ଫାଟକୁ ନେଇ ଦୋଷ ଲଦିବାର ସୁଯୋଗ ଛାଡୁନାହାନ୍ତି । ଗୋଟିଏ ପଟେ ମେଘନାଦ ପାଚେରୀ ଫାଟ ନେଇ ବିଜେପି ପୁର୍ବ ସରକାର ବିଜେଡ଼ି ଉପରେ ଅଭିଯୋଗ କରୁଥିବା ବେଳେ ବିଜେଡ଼ି ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ଆଜି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ବକ୍ତବ୍ୟକୁ ଆଧାର କରି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ମେଘନାଦ ପାଚେରୀରୁ ପାଣି ଗଳିବା ଅତ୍ୟନ୍ତ ଉଦବେଗଜନକ। ହେଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ବକ୍ତବ୍ୟ ଆମକୁ ବ୍ୟଥିତ ଓ ବିସ୍ମିତ କରୁଛି । ବିସ୍ମିତ କାରଣ ସେ ନିଜ ଦୋଷ ଦେଖୁ ନାହାନ୍ତି। ସମାଧାନ ପାଇଁ ଦରଦ ବା ବ୍ୟଥା ତାଙ୍କ ପାଖରେ ନାହିଁ। ବିଜେପି ନେତାଙ୍କୁ ମୋର ପରାମର୍ଶ ଯାହା କହୁଛନ୍ତି ଭାବିଚିନ୍ତି କୁହନ୍ତୁ । ଯିଏ ଏତେ ବଡ଼ ପରିକ୍ରମା ପ୍ରକଳ୍ପ କଲା ସେ କ’ଣ ମନ୍ଦିରର କ୍ଷତି କରିବା ପାଇଁ କରିଛି । ଏମିତି ଯିଏ ଭାବୁଛନ୍ତି ସେମାନେ ତାଙ୍କ ଭାବନା ସଂଶୋଧନ କରନ୍ତୁ । ବିଜେପି ନେତା ସୁସ୍ଥ ମାନସିକତା ରଖି ନିଜ ବିବୃତିର ଓଜନ ରଖନ୍ତୁ । ମେଘନାଦ ପାଚେରୀ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଅଂଶବିଶେଷ । ତା’ ଦାୟିତ୍ୱ ପ୍ରତ୍ନତତ୍ୱ ବିଭାଗର। ନୂଆ ସରକାର ଜୁନ ମାସରୁ ଦାୟିତ୍ୱ ନେଲାଣି। ଚାରି ମାସ ଗଲାଣି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ପୁରୀରେ ହେଲା। ବାର୍ତ୍ତା ଦେଲେ କି ଜଗନ୍ନାଥଙ୍କ ପାଇଁ ସମର୍ପିତ। ହେଲେ ଚାରି ମାସ ଭିତରେ ସରକାରଙ୍କ ନଜରକୁ ଆସିଲା ନାହିଁ, କାହିଁକି ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ପରିକ୍ରମା ପ୍ରକଳ୍ପ ପାଇଁ କେମିତି ପାଣି ଗଳିଲା। କାରଣ ଜଣା ନାହିଁ ହେଲେ ସିଦ୍ଧାନ୍ତରେ କେମିତି ପହଞ୍ଚିଲେ ? ତାଙ୍କ ବୈଷୟିକ ଜ୍ଞାନ କଣ ଅଛି ? ଖାଲି ପର୍ବତକୁ ଢେଲା ମାରିବା କଥା ବୋଲି ବିଜେଡ଼ି କହିଛି। Post navigation ବିଜେଡି ଉପରେ ସାଙ୍ଘାତିକ ପ୍ରଶ୍ନ ଆଣିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଜାତୀୟ ଉତ୍ସବ ଭାବେ ପାଳିତ ହେବ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ