ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳାଇବାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ନବୀନ ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନା ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନକୁ ନେଇ ଆଜି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶ୍ରୀମତୀ ମଲ୍ଲିକ କହିଛନ୍ତି, ସୁଶାସନ ଓ ପରିବର୍ତ୍ତନର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର କୌଣସି ନୂଆ ଯୋଜନା ଆରମ୍ଭ କରିବା ପରିବର୍ତ୍ତେ ବିଜେଡି ଦ୍ବାରା ଆରମ୍ଭ କରା ଯାଇଥିବା ଲୋକପ୍ରିୟ ଯୋଜନା ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନ କରିକି ରାଜନୀତି କରୁଛି। ନୂଆ ଯୋଜନା ଓ ସେବା ଦେବେ କହିଥିଲେ ନୂଆ ସରକାର। ହେଲେ ସେ ସବୁକୁ ଗୁରୁତ୍ବ ନ ଦେଇ ବିଜେପି ରଙ୍ଗ ଓ ନାଆ ବଦଳା ରାଜନୀତିରେ ମାତିଛନ୍ତି।ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ ବୋଲି କହିଛି ବିଜେଡି।

ସେ ଆହୁରି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯାଉଥିଲା। ଏବେ ଲକ୍ଷ୍ମୀ ବସ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁନାହାନ୍ତି ନୂଆ ସରକାର। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି।

କେଉଁ ଖର୍ଚ୍ଚରେ ଆଉ କାହା କଥାରେ କଲେ, ଜବାବ ନାହିଁ। ନବୀନ ଯୋଜନାରେ ରଙ୍ଗ ବୋଳିବେ ଓ ପ୍ରଚାର କରିବେ। ନିଜ ନେତାଙ୍କ ଫୋଟୋ ଲଗାଇବା ଅପଚେଷ୍ଟା କରୁଛନ୍ତି ନିଜ ପ୍ରଚାର ପାଇଁ। ନବୀନ କିପରି ଭଲ କରୁଥିଲେ ଏହି ବସ ଦ୍ୱାରା, ତାହା ଭୁଲାଇବାକୁ ଏହା କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତି। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ବଜେଟ୍‌ରେ କରିବେ କି ନାହିଁ ଆମେ ଦେଖିବୁ । ଯଦି ଭାଜପା ସରକାର ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆମେ ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଓହ୍ଲାଇବୁ ।

Leave a Reply

Your email address will not be published. Required fields are marked *