ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ।  ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ପୂର୍ବରୁ ଅତାବିରାରୁ ବିଧାୟିକା ଥିଲେ ସ୍ନେହାଙ୍ଗିନୀ । ବିଜୁ ମହିଳା ଜନତା ଦଳର ସଭାପତି ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପାଇଁ ମନୋଜ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଜେଡି ସୁପ୍ରିମୋ । ବିଜୁ ଜନତା ଦଳର ପ୍ରାର୍ଥି କିଏ ‌ହେବେ ସେନେଇ ଘୋଷଣା ଜୋରଦାର ଚର୍ଚ୍ଚା ଚାଲିଥିଲା। ଆଜି ନବୀନ ନିବାସରେ ଏକ ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ ଦଳର ସୁପ୍ରିମୋ। ଏହା ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଇଦାନକୁ ଉତାରିଛି ବିଜେଡି ।

ନୂଆପଡ଼ା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବ । ଏଥିରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝି ପ୍ରାର୍ଥୀଙ୍କ ଭାବେ ନିର୍ବାଚନ ଲଢିବେ ।

Leave a Reply

Your email address will not be published. Required fields are marked *