BJD MP Sasmit Patra attends all-party meet
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ଆଜି ବିଜୁ ଜନତା ଦଳ ତରଫରୁ ସାଂସଦ ସସ୍ମିତ ପାତ୍ର ଯୋଗ ଦେଇଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସର୍ବଦଳୀୟ ବୈଠକରେ ସାଂସଦ ସସ୍ମିତ ପାତ୍ର ଯୋଗ ଦେଇ ନିଜ ମତ ରଖିଥିଲେ ।
 
ବିଜୁ ଜନତା ଦଳ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ପ୍ରତି ଗଭୀର ଦୁଃଖ ଓ ସମବେଦନା ଜଣାଇଛି ।
 
ବିଜେଡି ଏହି ଅମାନୁଷିକ କାର୍ଯ୍ୟକୁ କଠୋର ଶବ୍ଦରେ ନିନ୍ଦା କରୁଛି ବୋଲି ସେ କହିଛନ୍ତି । ବିଜେଡି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ଏହି ଜଘନ୍ୟ ଆକ୍ରମଣର ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଦେଶର ଜାତୀୟ ନିରାପତ୍ତା ସଂକ୍ରାନ୍ତ ସମସ୍ତ ପ୍ରୟାସରେ ବିଜେଡି ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଜଣାଉଛି ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *