ଆଜି ଚେନ୍ନାଇରେ ଆୟୋଜିତ ସୀମା ପୁନଃ ନିର୍ଦ୍ଧାରଣ ବା ଡିଲିମିଟେସନ ସମ୍ପର୍କିତ ଯୁଗ୍ମ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକ ଆୟୋଜିତ ହୋଇଛି । ଏହି ଡିଲିମିଟେସନ ବୈଠକରେ ସାମିଲ ହୋଇଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା । ଭିଡିଓ ବାର୍ତ୍ତା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ଜନସଂଖ୍ୟା ଉପରେ ଆଧାରିତ ସୀମା ନିର୍ଦ୍ଧାରଣ ଅନ୍ୟାୟ ହେବ । ଆସନ ନିର୍ଦ୍ଧାରଣ ପାଇଁ ଜନସଂଖ୍ୟା ଏକମାତ୍ର ମାନଦଣ୍ଡ ନହେଉ । କେନ୍ଦ୍ର ସରକାର ସବୁ ଦଳ ସହ ଏ ବିଷୟରେ ବିସ୍ତୃତ ଆଲୋଚନା କରନ୍ତୁ । Post navigation ଆଜି ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର