ଚାକିରି ଦେବା ନାଁରେ ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିଆନ୍ ଭାଇ ବା ଭି କେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ କୋଟି କୋଟି ଟଙ୍କା ଠକି ନେଲେ ଜଣେ ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ସମେତ ବିଜେଡିର ମାଥୁଲି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ। ଏନେଇ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ମାଥ୍‌ଲି ପୁଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ବରରୁ ଗିରଫ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଫେରାର ରହିଥିବାର ସୂଚନା ମିଳିଛି ।

ସୂଚନା ମୁତାବକ; ମାଥ୍‌ଲି ବ୍ଲକର ରହୁଥିବା ନନ୍ଦ କିଶୋର ପୁହାଣ ତାଙ୍କ ପୁଅକୁ ଯୋଗାଣ ଅଧିକାରୀ ଚାକିରି କରାଇ ଦେବା ଲାଗି ୭ ଲକ୍ଷ ୩୦ ହଜାର ଟଙ୍କା ସେହିପରି ମାଧବ ହରେଶ କୁମାରଙ୍କୁ ପଂଚାୟତ ନିର୍ବାହୀ ଅଧୂକାରୀ ଚାକିରି କରାଇ ଦେବା ଲାଗି ୧୦ ଲକ୍ଷ ୧୦ ହଜାର ଟଙ୍କା ଓ ମାଥ୍‌ଲି ବ୍ଲକର ବ୍ୟବସାୟୀ କାର୍ତିକ ରାୟଙ୍କୁ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀଙ୍କୁ ଇ-ସ୍କୁଟି ଯୋଗାଇବା ଟେଣ୍ଡର କରାଇ ଦେବା କହି ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଛନ୍ତି ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ବିଜେଡିର ମାଥୁଲି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡିର ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ।

Leave a Reply

Your email address will not be published. Required fields are marked *