ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ। ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ ଦେଇଛି ବିଜେଡ଼ି । ଏହି ସମୟରେ ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ରହିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜୁ ଜନତା ଦଳ । ବିଜେଡି ଦଳ ପକ୍ଷରୁ କୁହାଯାଇଛି କି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ। ପୀଡ଼ିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନାହାନ୍ତି । ଏହା ସହ ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ମତ ବଦଳାଇଲେ ପ୍ରଶ୍ନ କରି ଘଟଣାର ସତ୍ୟାସତ୍ୟ ଯଥାଶୀଘ୍ର ସରକାର ଉନ୍ମୋଚନ କରନ୍ତୁ ବୋଲି କହିଛି ବିଜେଡି। ସୂଚନା ଯୋଗ୍ୟ; ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଯେଉଁଥିରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ହରତାଳ କରାଯିବ ବୋଲି ଘୋଷଣା କରାଯାଇଛି । Post navigation ଗିରଫ ହେଲେ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଏଫଏମ ପୀଡ଼ିତା ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଛି: ବିଜେଡି