ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରେ ପୁଣିଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରୁ ନଥିବା ନେଇ ଅଧ୍ୟକ୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଲେଜ ଛାତ୍ରଛାତ୍ରୀ ।

ଏହାସହିତ ଯଦି ପିଲା କେହି ସମସ୍ୟା ଜଣାଉଛନ୍ତି, ତେବେ ଏକ୍ସଫେଲ କରିବା ପାଇଁ ଧମକ ଦେଉଛନ୍ତି କଲେଜ ଅଧ୍ୟକ୍ଷା । ତେବେ ଏହି ଅଭିଯୋଗକୁ ଅଧ୍ୟକ୍ଷା ଇତିଶ୍ରୀ ପାଢୀ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି । କିଛି ମୁଷ୍ଟିମେୟ ପିଲା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉସୁକେଇ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଥିବା ଅଧ୍ୟକ୍ଷା କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *