ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ବିକ୍ରମ । ସେ କହିଛନ୍ତି ନବୀନ ପଟ୍ଟନାୟକ ମୋ ପ୍ରିୟ ନେତା ଥିଲେ ଆଉ ଅଛନ୍ତି । ମୁଁ ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି ବୋଲି ସ୍ପଷ୍ଟ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ବିଜୁ ଜନତା ଦଳ ତାଙ୍କର ଏକମାତ୍ର ରାଜନୈତିକ ଦଳ। ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି । ମୁଁ ଏବେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି । ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଗୋଟେ ଦୁଇଟି ବୈଠକରେ ଯୋଗ ଦେଇ ପାରିନି । ଏହାକୁ ନେଇ ଯଦି ଆଲୋଚନା ହୁଏ, ମୁଁ ଅନ୍ୟ ଦଳକୁ ଯିବି, ତାହା ଅମୂଳକ । ଏହି କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରାମକ ବୋଲି କହି ଆରୁଖ ଲୋକଙ୍କୁ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି। ସମ୍ପ୍ରତି ବିଜେଡି ସାଂଗଠନିକ ବୈଠକରେ ତାଙ୍କର ଅନୁପସ୍ଥିତି ଏବଂ ସମ୍ଭାବ୍ୟ ଯୋଗଦାନ ଉପରେ ବିଜେପି ନେତାଙ୍କ ମନ୍ତବ୍ୟ ଉପରେ ଆଲୋଚନା ମଧ୍ୟରେ ତାଙ୍କର ଏହି ବକ୍ତବ୍ୟ ଆସିଛି। ସୂଚନା ଅନୁଯାୟୀ; ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଇସାରା ପରେ ବିକ୍ରମ ବିଜେଡି ଛାଡି ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ବଢ଼ିଥିଲା । Post navigation CBI Conducts Raids in Odisha: ୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା; ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ଉପରେ ସିବିଆଇ ରେଡ Capital Police Sealed Media Office: ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଅଫିସ