ଭୁବନେଶ୍ୱର: ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟରେ ଆସୁଛି ଖବର । ମେଣ୍ଟକୁ ନେଇ ବିଜେପି ପକ୍ଷରୁ ଆସୁଛି ଭିନ୍ନ ମତ । ଆଜି ପୁଣି ମନମୋହନଙ୍କ କଥା ଦୋହରାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ।ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନି ।

ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ 80 ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ । ଲୋକସଭାରେ 16 ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ ।’ ବୋଲି ଗଣମାଧ୍ୟମକୁ କହିଛନ୍ତି ତୋମାର ।

ଏହା ସହ ବିଜେଡ଼ିର 2 ନେତା ଦିଲ୍ଲୀ ଯାଇଥିବା ନେଇ ପ୍ରତିକ୍ରିୟା ରଖି ତୋମାର କହିଛନ୍ତି ଦିଲ୍ଲୀରେ ମୋତେ କୌଣସି ବିଜେଡି ନେତା ଭେଟିନାହାଁନ୍ତି । ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି କହିଛନ୍ତି ତୋମାର ।

ଅନ୍ୟପଟେ ବିଜେଡି ନେତାଙ୍କ ମତ ଅଲଗା ରହିଛି । ବିଜେଡି କହୁଛି, ରାଜ୍ୟର ସ୍ୱାର୍ଥ ପାଇଁ ଆମେ ମେଣ୍ଟ ପାଇଁ ଆଗ୍ରହୀ ତଥା ରାଜି । କିନ୍ତୁ ଚୂଡ଼ାନ୍ତ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । ଆମେ ସେ ନିଷ୍ପତିକୁ ମାନିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । ସେ କହିଛନ୍ତି, ଓଡ଼ିଶାର ଲାଭ ହେବା ପାଇଁ ତ ମେଣ୍ଟ କରାଯାଉଛି । ଓଡ଼ିଶାର ସ୍ୱାର୍ଥ ପାଇଁ BJD ରାଜି ହୋଇଛି । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି । ମେଣ୍ଟ ଦ୍ୱାରା କିଛି ଲୋକଙ୍କ ଟିକେଟ କଟିବ କିନ୍ତୁ କେହି ବିଦ୍ରୋହୀ ହେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *