ଓଡ଼ିଶା ଡାକ ବିଭାଗ ନିଯୁକ୍ତିରେ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ଏନେଇ ସିବିଆଇ ଗୁରୁବାର ଦିନ ୬୭ରୁ ଅଧିକ ସ୍ଥାନରେ ରେଡ୍ କରିଥିବା ସୂଚନା ମିଳିଛି। ଏହି ରେଡ୍ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ରହିଛନ୍ତି । କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଅଞ୍ଚଳରେ ଚାଲିଛି ରେଡ୍ । ସୂଚନା ମୁତାବକ, ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା । ସେଥିପାଇଁ ଡାକ ସେବକ ପରୀକ୍ଷା ଜାଲିଆତିରେ ୬୩ଜଣ ପରିକ୍ଷାର୍ଥୀ ଓ ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। Post navigation ନବୀନ ନିବାସରୁ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ ଅତିଥି ଭବନକୁ ଅଧିକାରୀଙ୍କୁ ଡାକରା ଦେଲେ ମୁଖ୍ୟମନ୍ତ୍ରୀ